ରାଜ୍ୟରେ କୋରୋନାର ନିମ୍ନଗତି ଜାରି , ପୁଣି ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନ ସଂକ୍ରମଣ ପୁଣି ୬ ହଜାର ତଳକୁ ଖସିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୫ ହଜାର ୫୭ ଆକ୍ରାନ୍ତ । ସଙ୍ଗରୋଧରୁ ୨ ହଜାର ୯୩୨ ଏବଂ ସ୍ଥାନୀୟ ଅଂଚଳରୁ ୨ ହଜାର ୧୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆ ସଂକ୍ରମିତଙ୍କ ମଧ୍ୟରେ ୬୬୭ ଜଣ ଶିଶୁ ଓ କିଶୋର ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୧୧, କଟକ ଜିଲ୍ଲାରୁ ୪୯୫, ସୁନ୍ଦରଗଡରୁ ୪୨୯, ନୟାଗଡରୁ ୨୧୭,ବାଲେଶ୍ୱରରୁ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରୁ ୧୯୦, ସମ୍ବଲପୁରରୁ ୧୭୯,କଳାହାଣ୍ଡିରୁ ୧୪୦, ନବରଙ୍ଗପୁରରୁ ୧୩୬, ମୟୂରଭଞ୍ଜରୁ ୧୩୫, ବଲାଙ୍ଗିରରୁ ୧୩୩, ଯାଜପୁରରୁ ୧୨୮, ଜଗତସିଂହପୁରରୁ ୧୨୫, ଅନୁଗୁଳରୁ ୧୧୦, ସୋନପୁରରୁ ୧୦୪, ପୁରୀରୁ ୯୪, ଭଦ୍ରକରୁ ୯୧, ରାୟଗଡାରୁ ୮୫, ବରଗଡରୁ ୮୫, କନ୍ଧମାଳରୁ ୮୪, କୋରାପୁଟରୁ ୭୬, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୬୦, ମାଲକାନଗିରିରୁ ୫୮, ଦେବଗଡରୁ ୫୧, ଝାରସୁଗୁଡାରୁ ୫୦, କେନ୍ଦୁଝରରୁ ୪୯, ବୌଦ୍ଧରୁ ୪୪ ଓ କେନ୍ଦ୍ରାପଡାରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୨୨୫ଟି ମାମଲା ଆସିଛି ।
ରାଜ୍ୟରେ ଏ ଯାଏଁ ମୋଟ ୧୨ ଲକ୍ଷ ୩୬ ହଜାର ୨୨୬ ଜଣ କୋରୋନା ପଜିଟିଭ ହୋଇସାରିଛନ୍ତି ।୧୧ ଲକ୍ଷ ୬୩ ହଜାର ୩୯୬ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ରହିଛି ୬୪ ହଜାର ୨୧୭ ।

Comments are closed.