ଧରାପଡିଲା କେବିଏନ ଗ୍ୟାଙ୍ଗର ମୁଖିଆ ବୁବୁ ଜେନା

ଭୁବନେଶ୍ୱର- ରାଜଧାନୀର କେବିଏନ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍ ବୁବୁ ଜେନା ଓରଫ ଦେବୀ ପ୍ରସାଦ ଜେନାକୁ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ,ଗ୍ୟାଙ୍ଗ ମୁଖିଆ ବୁବୁ ଫେରାର ହୋଇଯାଇଥିଲା । ଗ୍ୟାଙ୍ଗର ମୋ ୨୬ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅନ୍ୟ ସଦସ୍ୟଙ୍କୁ ପୋଲିସ ଏବେ ବି ଖୋଜୁଛି । ମାରଣାସ୍ତ୍ର ଧରି ଭିଡିଓ ଭାଇରାଲ କରିବା ଓ ଲୋକଙ୍କୁ ଭୟଭୀତ କରୁଥିଲେ କେବିଏନ ଗ୍ୟାଙ୍ଗ୍ । ୩ ମାସ ପରେ ବୁବୁକୁ ଗିରଫ କରିଛି ନୟାଗଡ ଥାନା ପୋଲିସ । ବୁବୁ ପାଖରୁ ମାରଣାସ୍ତ୍ର ଜବତ କରାଯାଇଛି ।

Comments are closed.