ଭୁବନେଶ୍ୱର- ରାଜଧାନୀରେ ଲୁଟପାଟ୍ ଘଟଣା ବଢିବାରେ ଲାଗିଛି । ନୂଆ ନୂଆ ଉପାୟରେ ଚୋରି କରୁଛନ୍ତି ଲୁଟେରା । କିଛି ଦିନ ତଳେ ଲୁଟେରା ଗ୍ୟାଙ୍ଗ୍ ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଥିଲା । ଆଜି ଆଉ ଏକ ଲୁଟ୍ ହୋଇଛି । ଏଥର ବିବାଗ ମଣ୍ଡପରୁ ଲୁଟ୍ କରିଛନ୍ତି ଲୁଟେରା । ଅଭିନବ ଉପାୟେ କନିଆର ସୁନାଗହଣା ଲୁଟିନେଇଛନ୍ତି ଲୁଟେରା ।
ରାଜଧାନୀର କେଶୁରା ଛକ ପଲ୍ଲବୀ ମଣ୍ଡପରେ ଏକ ବାହାଘର ଚାଲିଥିବା ବେଳେ ବରଯାତ୍ରୀ ଭାବେ ଆସିଥିବା ଦୁଇ ଲୁଟେରା ଗହଣା ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ । ଜଣଙ୍କର ବୟସ ୩୦ରୁ ୩୨ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ । ଏ ଦୁଇଜଣ ବରଯାତ୍ରୀଙ୍କ ସହ ଖିଆପିଆ କଲେ । ବୁଲାବୁଲି କଲେ । ମଣ୍ଡପରେ ୨୦ ମିନିଟ କାଳ ସବୁ ଅନୁଧ୍ୟାନ କଲେ । ସୁଯୋଗ ଦେଖି କନିଆର ଗହଣା ବ୍ୟାଗ ଧରି ସେଠାରୁ ଚଂପଟ ମାରିଥିଲେ ଲୁଟେରା । ଲୁଟର ଅଧଘଂଟା ପରେ ଗହଣା ବ୍ୟାଗ୍କୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ । ପରେ ସିସିଟିଭି ଫୁଟେଜ ଚେକ୍ କଲା ପରେ ପୂରା ଘଟଣା ସାମନାକୁ ଆସିଥିଲା । ଗହଣା ବ୍ୟାଗରେ ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଥିଲା । ସହିଦ ନଗର ପୋଲିସ ଏତଲ ପାଇ ଘଟଣାର ତଦନ୍ତ କରୁଛି ।
Comments are closed.