ରାଜାରାଣୀ ବିବାଦରୁ ଦେବଗଡ ପଦ୍ମ ଶିବିର ଦୁଇଫାଳ, ରାଣୀଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ରାଜାଙ୍କ ଅନୁଗତ

ଦେବଗଡ : ବଡ ଘର ବଡ ଗୁମର କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି। ରାଜାରାଣୀଙ୍କ ମଧ୍ୟରେ କିଛି ମାସ ହେଲା ସୃଷ୍ଟି ହୋଇଥିବା ଝମେଲା ଏବେ ଜିଲ୍ଲା ବିଜେପିକୁ ଦୁଇ ଫାଳ କରି ଦେଲାଣି। ସ୍ଥିତି ଏପରି ହୋଇଛି ଯେ, ଗତକାଲି ରାଜାଙ୍କ କିଛି ଅନୁଗତ ତଥା ବିଜେପି ଛାମୁଆ ନେତାମାନେ ଥାନାର ଦ୍ବାରସ୍ଥ ହୋଇ ରାଣୀ ଏବଂ ତାଙ୍କ ଅନୁଗତଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେପଟେ, ପଞ୍ଚାୟତ ନିର୍ବାଚନ ସମୟରେ ରାଜ ପରିବାର ପାଇଁ ଜିଲ୍ଲାର ବିଜେପି ଗୋଷ୍ଠୀ କନ୍ଦଳରେ ବୁଡି ରହିଥିବା ବେଳେ ନିର୍ବାଚନ ରଣାଙ୍ଗନରେ ଛିଡା ହୋଇଥିବା ଦଳୀୟ ପ୍ରାର୍ଥୀ ଅଡୁଆରେ ପଡିଯାଇଛନ୍ତି। ଏହାକୁ ନେଇ ଜିଲ୍ଲାରୁ ଆରମ୍ଭ କରି ପଶ୍ଚିମ ଓଡିଶାର ରାଜନୀତି ବେଶ୍ ସରଗରମ ହୋଇଉଠିଛି।

ଦେବଗଡ ସାଂସଦ ତଥା ରାଜା ନିତେଶ ଗଙ୍ଗଦେବ କ୍ଷମତାକୁ ଆସିବା ଦିନରୁ ହିଁ ବିବାଦୀୟ ହୋଇପଡିଛନ୍ତି। ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ 6 ମାସ ଧରି ଦେଖା ଦେଉନଥିବାରୁ ସେ ପୂର୍ବରୁ ପ୍ରବଳ ସମାଲୋଚନାର ଶିକାର ହୋଇଆସିଥିଲେ। ତଥାପି ସେ ଦୀର୍ଘ ମାସ ହେଲା ସମ୍ବଲପୁର, ଦେବଗଡ କିମ୍ବା ଅନୁଗୁଳ ଜିଲ୍ଲାର ରାଜନୀତି ଠାରୁ ବହୁ ଦୂରରେ ରହି ଆସିଛନ୍ତି। ଏପରିକି ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ବେଳେ ବି ତାଙ୍କ ଦେଖା ମିଳୁନଥିବାରୁ ବିଜେପିର ନେତା ଓ କର୍ମୀଙ୍କ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। ଏଭଳି ସ୍ଥିତିରେ କିଛି ମାସ ପୂର୍ବରୁ ଉଭୟ ରାଜା ଏବଂ ରାଣୀଙ୍କ ମଧ୍ୟରେ ପ୍ରବଳ ତିକ୍ତତା ଏପରିକି କଥା ଝଗଡା ଯାଏ ଯାଇଥିବା ନେଇ ସାରା ଦେବଗଡରେ ଚର୍ଚ୍ଚ। ହୋଇଆସିଥିଲା। ଆଉ ଏହି ଚର୍ଚ୍ଚ।କୁ ଅଧିକ ଖୋରାକ ଯୋଗାଉଛି ଉଭୟଙ୍କ ସମାନ୍ତରାଳ ସଂଗଠନ।
ତେବେ, ବର୍ତ୍ତମାନ ସାଂସଦଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ ଏବଂ ତାଙ୍କ ସ୍ବାମୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଣଜିତ ପଟେଲଙ୍କ ବିରୋଧରେ ରାଣୀ ଅରୁନ୍ଧତୀ ଦେବୀଙ୍କ ଅନୁଗତମାନେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରୁଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଛି। ଏନେଇ ଶ୍ରୀ ପ୍ରଧାନ, ଶ୍ରୀମତି ପଟେଲ ଏବଂ ଶ୍ରୀ ପଟେଲଙ୍କ ଏତଲାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ତିନି ନେତାଙ୍କ ଅଭିଯୋଗ ହେଲା ଯେ, ଲିଗାଲ୍ ରାଇଟ୍ସ କାଉନସିଲ୍ ଓଡିଶା ଶାଖାର ସଭାନେତ୍ରୀ ତଥା ରାଣୀ ଅରୁନ୍ଧତୀ ଦେବୀ ଏବଂ ତାଙ୍କର ସମ୍ବଲପୁରର ଅବିନାଶ ତିଆଡି ନାମକ ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ଚଲାଇଛନ୍ତି। ଏପରିକି ଏହି ତିନି ନେତାଙ୍କ କୁଶପୁତ୍ତଳିକା ଦାହ କରି ଭିଡିଓ ଭାଇରାଲ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାଦ୍ବାରା ସେମାନଙ୍କ ସମ୍ମାନହାନୀ ହେଉଥିବା ସେମାନେ ଏତଲାରେ ଦର୍ଶ।ଇଛନ୍ତି।

ଅପରପକ୍ଷେ, ଏହି ଘଟଣାକୁ ଗତ 25 ତାରିଖରେ ନିନ୍ଦା କରି ବିଜେପି ଯୁବ ମୋର୍ଚ୍ଚ। ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଆଉ ଉକ୍ତ ଲିଗାଲ୍ ରାଇଟ୍ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଖାଲି ସେତିକି ନୁହେଁ, ଏନେଇ ଯୁବ ମୋର୍ଚ୍ଚ। ରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ କମିଶନର ଏବଂ ଦେବଗଡ ଏସପିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛି।

ସେପଟେ, ରାଣୀଙ୍କ ସଂଗଠନ ଲିଗାଲ୍Ù ରାଇଟ୍ସ ସେଲ୍ ପକ୍ଷରୁ ମଧ୍ୟ ତିଲେଇବଣୀ ବ୍ଲକର ଜଣେ ସମିତି ସଭ୍ୟ ପ୍ରାର୍ଥିନୀଙ୍କୁ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଧାନ ଧମକ ଚମକ ଦେଉଥିବା ନେଇ ଅଭିଯୋଗ ହୋଇଛି। ତେବେ, ରାଜା ରାଣୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ଶୀତଳଯୁଦ୍ଧ ଆଗକୁ କେଉ ମୋଡ ନେଉଛି ତାହା ଦେଖିବାକୁ ଜିଲ୍ଲା ସାରା ଲୋକେ ଅପେକ୍ଷା କରିଥିବା ବେଳେ ନିର୍ବାଚନ ବେଳେ ଦଳୀୟ ଟିକଟରେ ପ୍ରାର୍ଥୀ ହୋଇଥିବା ନେତାଙ୍କ ସାଂଘାତିକ ଅଡୁଆରେ ପଡିଯାଇଛନ୍ତି।

Comments are closed.