ବିଏମସିର ୬୭ଟି ମଧ୍ୟରୁ ୩୮ଟି ୱାର୍ଡ ସଂରକ୍ଷିତ, ମେୟର ହେବେ ଜଣେ ମହିଳା, ସିଏମସିର ମେୟର ପଦବୀ ଅଣସଂରକ୍ଷିତ

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ଓ କଟକ ମହାନଗର ନିଗମ ପାଇଁ ମଧ୍ୟ ଚୂଡାନ୍ତ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରରେ ୬୭ଟି ୱାର୍ଡରେ ନିର୍ବାଚନ ହେବ । ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ବିଏମସିର ୬୭ଟି ୱାର୍ଡରୁ ୩୮ଟି ୱାର୍ଡ ସଂରକ୍ଷିତ ରଖାଯାଇଛି ।

ସେହିଭଳି ପୌର ନିର୍ବାଚନ ପାଇଁ କଟକ ମହାନଗର ନିଗମ –ସିଏମସିର ଚୂଡାନ୍ତ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସିଏମସିର ୫୯ଟି ୱାର୍ଡରେ ହେବ ପୌର ନିର୍ବାଚନ । ଏଥିମଧ୍ୟରୁ ୩୩ଟି ୱାର୍ଡ ସଂରକ୍ଷିତ ରଖାଯାଇଛି । ସିଏମସିର ମେୟର ପଦବୀ ଅଣ ସଂରକ୍ଷିତ ରହିଛି ।

Comments are closed.