ରାଜ୍ୟରେ କମୁଛି କୋରୋନା ସଂକ୍ରମଣ, ଦିନକରେ ୪ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଲଗାତର ଦ୍ୱିତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ୫ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୮୪୩ ଆକ୍ରାନ୍ତ । ସଙ୍ଗରୋଧରୁ ୨ ହଜାର ୮୧୫ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୨୮ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୬୬୩ ଜଣ ଶିଶୁ ଓ କିଶୋର ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୭୩୫, କଟକରୁ ୩୭୯, ନୟାଗଡରୁ ୧୯୪, ନୂଆପଡାରୁ ୧୬୬, ଯାଜପୁରରୁ ୧୬୬, କଳାହାଣ୍ଡିରୁ ୧୫୮, ବାଲେଶ୍ୱରରୁ ୧୫୨, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୭, ସମ୍ବଲପୁରରୁ ୧୨୮, ଜଗତସିଂହପୁରରୁ ୧୦୦, ରାୟଗଡାରୁ ୯୯, ବଲାଙ୍ଗିରରୁ ୯୫, କେନ୍ଦୁଝରରୁ ୮୧, ବରଗଡରୁ ୮୦, ଦେବଗଡରୁ ୭୩, ସୋନପୁରରୁ ୭୩, ପୁରୀରୁ ୭୨, କେନ୍ଦ୍ରାପଡାରୁ ୭୦, ଗଞ୍ଜାମରୁ ୬୭, ଗଜପତିରୁ ୬୨, ଝାରସୁଗୁଡାରୁ ୬୧, ଭଦ୍ରକରୁ ୬୦, ଅନୁଗୁଳରୁ ୫୮, କୋରାପୁଟରୁ ୫୦, ବୌଦ୍ଧରୁ ୪୯, ଢେଙ୍କାନାଳରୁ ୪୫, ମାଲକାନଗିରିରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୧୮୮ ମାମଲା ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୮୪ ହଜାର ୧୭୪ । ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୩ ହଜାର ୯୦ ରହିଛି ।

Comments are closed.