ରାଜ୍ୟରେ ଆହୁରି ଦୁଇ ଦିନ ରହିବ ଶୀତ ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଗତ ଦୁଇ ଦିନ ହେବ ପ୍ରବଳ ଜାଡରେ ଥରୁଛି ଓଡିଶା । ଗତରାତିରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କେନ୍ଦୁଝର, ସୋନପୁର ଓ ଭବାନୀପାଟଣାରେ ୮ ଡିଗ୍ରୀ,ଝାରସୁଗୁଡାରେ ୮ ଦଶମିକ ୪, କୋରାପୁଟ, ନୟାଗଡ, ବଲାଙ୍ଗୀର ଓ ଅନୁଗୁଳରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଶୀତର ପ୍ରକୋପ ଆଉ ଦୁଇ ଦିନ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ କମ୍ ରହିବ ।

Comments are closed.