ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଅନୁଗୁଳ- ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଂଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବିରଂଚିଙ୍କ ସରକାରୀ ବାସଭବନ ସହ ଆମ୍ବପାଳ ସ୍ଥିତ ପୈତୃକ ଘର ଓ ଶ୍ୱଶୁର ଘର କୁମଣ୍ଡ ସ୍ଥିତ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ ନଗଦ ଟଙ୍କା, ୫ରୁ ଅଧିକ ବ୍ୟାଙ୍କରେ ୪୦ ଲକ୍ଷରୁ ଅଧିକ ଟଙ୍କା ସହ ୧୦୦ ଗ୍ରାମ ସୁନା ଓ ବିଭିନ୍ନ ସ୍ଥାନରେ ଜମି , ଘର ଓ ଗାଡି ଥିବା ଜଣାପଡିଛି । ଚଢାଉରେ କଟକ ଭିଜିଲାନ୍ସର ଦୁଇ ଜଣ ଡିଏସପିଙ୍କ ସମେତ ଅନୁଗୁଳ ଡିଏସପି ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ଚଢାଉ ଜାରି ରହିଛି ।

Comments are closed.