ବ୍ରହ୍ମପୁର: ଖୋଡ଼ାସିଙ୍ଗି ଓଭରବ୍ରିଜ୍‌ରେ ୩ ବାଇକ୍ ଓ ସ୍କୁଟି ଧକ୍କା; ଜଣେ ମୃତ, ମହିଳା ସମେତ ୪ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଖୋଡ଼ାସିଙ୍ଗି ଓଭରବ୍ରିଜ୍‌ ଉପରେ ସୋମବାର ଅପରାହ୍ନ ପ୍ରାୟ ୪ଟାରେ ତିନି ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି। ଫଳରେ ପୁରୀ ଜିଲ୍ଲାର ମନୋଜ ପ୍ରଧାନ (୩୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସନ୍ୟାସୀ ସେଠି, ସୁଶାନ୍ତ ସେଠି, ନାରାୟଣ ସେଠି ଓ ପୁରୀ ଅଞ୍ଚଳର ମୀରା ଦାସ। ମନୋଜ ଓ ତାଙ୍କ ଭଉଣୀ ମୀରା କୌଣସି କାମରେ ବାଇକ୍ (ଓଆର୍‌୦୭ଏମ୍– ୩୯୧୧)ରେ ବ୍ରହ୍ମପୁର ଆସି ପୁରୀ ଫେରୁଥିଲେ। ଓଭରବ୍ରିଜ୍‌ରେ ସାମ୍ନା ପଟୁ ଆସୁଥିବା ବ୍ରହ୍ମପୁରର ୩ ଜଣ ସୁଶାନ୍ତ ସେଠି, ନାରାୟଣ ସେଠି ଓ ସନ୍ୟାସୀ ସେଠିଙ୍କ ବାଇକ୍ (ଓଡି୦୭ଭି – ୮୯୪୬) ସହ ସେମାନଙ୍କ ଧକ୍କା ଘଟିଥିଲା। ପଛରେ ଆସୁଥିବା ଏକ ସ୍କୁଟି (ଓଡ଼ିଠ୭ଏସ୍– ୨୬୪୦) ମଧ୍ୟ ଧକ୍କା ହୋଇଥିଲା। ତିନୋଟି ଗାଡ଼ିର ଛଅ ଜଣଙ୍କ ମଧ୍ୟରୁ ସ୍କୁଟି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁଇ ବାଇକରେ ବସିଥିବା ପାଞ୍ଚ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ସେଠାରେ ମନୋଜଙ୍କ ମୃତ୍ୟୁ ଘଟିଥିଲା। ଗୋପାଳପୁର ଥାନା ପୁଲିସ ତିନି ଗାଡ଼ି ଜବତ କରିବା ସହ କେସ୍ ନମ୍ବର ୧୮ / ୨୦୨୨ ରୁଜୁ କରିବା ସହ ଏମ୍‌କେସିଜିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।

Comments are closed.