ଗ୍ରାମୀଣ ଆବାସ ଯୋଜନାରେ ଓଡିଶାକୁ ଅବହେଳା ପାଇଁ କେନ୍ଦ୍ରକୁ ବିଜେଡିର ଟାର୍ଗେଟ, ରାଜ୍ୟ ବିଜେପି ସାଂସଦଙ୍କ ନୀରବତାକୁ ପ୍ରଶ୍ନ

ଭୁବନେଶ୍ୱର- ଗ୍ରାମୀଣ ଆବାସ ଯୋଜନାରେ ଓଡିଶା ପ୍ରତି ବୈମାତୃକ ମନୋଭାବ ପାଇଁ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ପ୍ରେସମିଟରେ କେନ୍ଦ୍ରର ଉପେକ୍ଷାମୂଳକ ମନୋଭାବକୁ ସମାଲୋଚନା କରିବା ସହ ରାଜ୍ୟର ବିଜେପି ସାଂସଦଙ୍କ ନୀରବତାକୁ ମଧ୍ୟ ପ୍ରଶ୍ନ କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଯେ, ୬ ଲକ୍ଷ ୬୫ ହଜାର ଆବାସ ଯୋଜନା ପାଇଁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ଏଥିମଧ୍ୟରେ କେବିକେ ଜିଲ୍ଲାର ଅନେକ ହିତାଧିକାରୀ ଅଛନ୍ତି । ବାତ୍ୟା ଫନି ପ୍ରଭାବରେ କ୍ଷତିଗ୍ରସ୍ତ ୧ ଲକ୍ଷ ୮୪ ହଜାର ଘର ମଧ୍ୟ ତାଲିକାରେ ରହିଛି । ମାତ୍ର ରାଜ୍ୟର ଏହି ଦାବି ପ୍ରତି ଅଣଦେଖା କରିଛନ୍ତି କେନ୍ଦ୍ର ସରକାର । ୨ ବର୍ଷ ହେଲା ରାଜ୍ୟକୁ ଆବାସ ଯୋଜନାରେ ଘର ମିଳିନାହିଁ । ବିଜେପି ସାଂସଦମାନେ ମଧ୍ୟ ରାଜ୍ୟ ସ୍ୱାର୍ଥ ପାଇଁ ମୁହଁ ଖୋଲୁନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଗତ ୧୩ ତାରିଖରେ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ପାଇଁ ଆବାସ ୱିଣ୍ଡୋ ଆରମ୍ଭ କରାଗଲା । କିନ୍ତୁ ଓଡିଶାର ଦାବି ସଂପର୍କରେ ଅବଗତ ଥାଇ ମଧ୍ୟ ୱିଣ୍ଡୋ ଖୋଲାଗଲା ନାହିଁ , ଯାହା କି ପରିତାପର ବିଷୟ ବୋଲି ବିଜେଡି କହିଛି ।

Comments are closed.