ବ୍ୟବସାୟୀଙ୍କ ପୁଅକୁ ଅପହରଣ, ତିନି ଅପହର୍ତ୍ତାଙ୍କୁ କାବୁ କଲା ପୋଲିସ

ଭୁବନେଶ୍ୱର – ରାଜଧାନୀର ଜଣେ ବ୍ୟବସାୟୀଙ୍କୁ ପୁଅକୁ ଅପହରଣ ସହ ମୁଣ୍ଡଜାମିନ ରଖି ୩୦ ଲକ୍ଷ ଟଙ୍କା ଦାବି କରିବା ଚାଂଚଲ୍ୟ ଖେଳାଇ ଦେଇଛି । ଲକ୍ଷ୍‌ମୀସାଗର ଅଂଚଳରୁ ବେଙ୍ଗଳୁରୁରେ ବିବିଏ ପଢୁଥିବା ଛାତ୍ରଙ୍କୁ ବନ୍ଧୁକ ମୁନରେ ଅପରହରଣ କରି ନିଆଯାଇଥିଲା । ହେଲେ ପୋଲିସ ଠିକଣା ସମୟରେ ତିନି ଅପହର୍ତ୍ତାଙ୍କୁ କାବୁ କରିବା ସହ ଅପହୃତ ଛାତ୍ରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ।

ଅପରହରଣକାରୀଙ୍କଠାରୁ ଗୋଟିଏ କାର୍‌, ମାରଣାସ୍ତ୍ର, ମୋବାଇଲ ଫୋନ୍ ଜବତ ହୋଇଛି । ଛାତ୍ର ଜଣକ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ପୁଅ । ବେଙ୍ଗଳୁରୁରେ ବିବିଏ ପଢୁଥିବା ଛାତ୍ର ଜଣକ ଘରକୁ ଆସିଥିଲେ । ତାଙ୍କୁ ଝାରପଡା ନିକଟ ଏକ ଓମଫେଡ ବୁଥ ପାଖରୁ ତିନି ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ । ତାଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଛାତ୍ରଙ୍କ ବାପା ଏ ନେଇ ଲକ୍ଷ୍‌ମୀସାଗର ଥାନାରେ ଏତଲା ଦେଲା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଲାଗିପଡିଥିଲା । ସିସିିଟିଭି ଫୁଟେଜ୍ ଖୋଳତାଡ କରିବା ସହ ଅପହର୍ତ୍ତାମାନେ କଲ୍ କରିଥିବା ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ପୋଲିସ ସେମାନଙ୍କ ନିକଟରେ ପହଂଚି ଯାଇଥିଲେ । ତିନି ଅପହରଣକାରୀଙ୍କୁ ଗିରଫ କରାଯିବା ସହ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ଏ ସଂପର୍କରେ ପୋଲିସ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ପରେ ଦିଆଯିବ ।

Comments are closed.