ରାଜ୍ୟର ୧୦୭ ପୌରସଂସ୍ଥାର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର- ରାଜ୍ୟର ୧୦୭ଟି ପୌରସଂସ୍ଥାର ୧ ହଜାର ୭୫୬ଟି ୱାର୍ଡ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୧୨ଟି ୱାର୍ଡ ଅନୁସୂଚିଚ ଜାତି ଲାଗି ସଂରକ୍ଷିତ ରଖାଯାଇଛି । ୧୭୧ଟି ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ଥିବା ବେଳେ ୪୯ଟି ୱାର୍ଡ ଅନୁସୂଚିତ ଜନଜାତି ଲାଗି ସଂରକ୍ଷିତ । ୧୩୩ଟି ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି ।

୬୧୩ଟି ୱାର୍ଡ କାଉନସିଲର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୬୬୮ ୱାର୍ଡ କାଉନସିଲର ପଦ ଅଣସଂରକ୍ଷିତ ରହିଛି ।

Comments are closed.