ପୌର ନିର୍ବାଚନ ପ୍ରସ୍ତୁତି : ଆସନ୍ତା ୧୦ରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା

ଭୁବନେଶ୍ୱର –ଚଳିତବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରାଥମିକ ସ୍ତରରେ ଜୋରଦାର ପ୍ର୍‌ସ୍ତୁତି ଚଳାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପୌରାଚଂଳ ପାଇଁ ଏହି ମାସ ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ । ତେବେ, ତାଲିକାରେ ନୂଆ ଭୋଟରଙ୍କ ନାଁ ଉଠିବ ନାହିଁ । କେବଳ ୱାର୍ଡ ପରିବର୍ତ୍ତନ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ କହିଛନ୍ତି । ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବା ପରେ ୧୧ରୁ ୧୬ ଯାଏଁ ଲୋକେ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ । ଚଳିତମାସ ୨୪ ତାରିଖରେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବ ଓ ୨୮ ତାରିଖରେ ନିର୍ବାଚନ କମିଶନଙ୍କୁ ଭୋଟର ତାଲିକା ଦିଆଯିବ ।

୪୮ଟି ବିଜ୍ଞପିତ ଅଂଚଳ ପରିଷଦ, ୫୯ଟି ମ୍ୟୁନିସିପାଲିଟି ଓ ୩ ମହାନଗର ନିଗମ ପାଇଁ ଭୋଟର ତାଲିକା ପ୍ରକାଶ ପାଇବ । ପଂଚାତ ନିର୍ବାଚନ ପରେ ପରେ ଏପ୍ରିଲ ମାସ ବେଳକୁ ପୌର ନିର୍ବାଚନ ହେବା ସମ୍ଭାବନା ଅଛି ।

Comments are closed.