କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ଅନୁଦାନ : ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ସର୍ବାଧିକ ୮୯୧ କୋଟି ମଞ୍ଜୁର

ଭୁବନେଶ୍ୱର – କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ଅନୁଦାନ ନେଇ ବିସ୍ତୃତ ସୂଚନା ମିଳିଛି । ରାଜ୍ୟର ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ରେଳ ଲାଇନ ପାଇଁ ୪୭୫ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ରାଜ୍ୟର ଆଉ ଏକ ପ୍ରମୁଖ ପ୍ରକଳ୍ପ ତାଳଚେର-ବିମଳାଗଡ ରେଳ ଲାଇନ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ଲାଇନ ପାଇଁ ୮୫ କୋଟି, ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୮୧ କୋଟି ଏବଂ ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା ଅମୁଦାନ ମଞ୍ଜୁର ହୋଇଛି ।

Comments are closed.