ଗୁପ୍ତଧନ ଥିବା ସନ୍ଦେହରେ ପୁଣି ଖୋଳାଯିବ ଏମାର ମଠ

ପୁରୀ – ପୁଣି ଖୋଳାଯିବ ଚର୍ଚ୍ଚିତ ପୁରୀର ଏମାର ମଠ । ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ମଠ ଖୋଳାଯିବ । ମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯିବା ପରେ ମଠ ପୁଣି ଖୋଳାଯିବ । ମଠ ପରିସର ଟିକିନିଖି ଯାଂଚ ପରେ ପୂର୍ବ ଚିହ୍ନିଚ ୩ଟି ସ୍ଥାନକୁ ଆଜି ଖୋଳାଯିବ ବୋଲି ଜଣାଯାଇଛି ।

ଗତବର୍ଷ ୪୫ଟି ରୁପା ଇଟା ଓ ତା’ ଆଗରୁ ୫୨୨ ଖଣ୍ଡ ରୁପା ଇଟା ମିଳିଥିଲା । ଏମା ମଠ ପରିଚାଳନା ପାଇଁ ନବଗଠିତ ଟ୍ରଷ୍ଟ ବୋର୍ଡ ମଠର କାନ୍ଥ, ଚଟାଣ ଆଦିରେ ରୁପା, ହୀରା, ନୀଳା,ମାଣିକ ଭଳି ଅନେକ ମୂଲ୍ୟବାନ ଜିନିଷ ରହିଥିବା ସନ୍ଦେହ କରିବା ପରେ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମାର ମଠର ପରିଚାଳନା ଦାୟିତ୍ୱ ମଠ ମହନ୍ତଙ୍କ ହାତରୁ କାଢି ନିଆଯାଇ ଦେବୋତ୍ତର ବିଭାଗ ପକ୍ଷରୁ ନବଗଠିତ ଟ୍ରଷ୍ଟ ବୋର୍ଡ ହାତରେ ଦାୟିତ୍ୱ ଦିଆଯାଇଥିଲା ।

Comments are closed.