ଗଛରେ ପିଟି ହୋଇଗଲା ଭ୍ୟାନ, ୬ ଯାତ୍ରୀ ମୃତ

ଫୁଲବାଣୀ- କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଡଗଡ ପୋଲିସ ଥାନା ଅଧୀନସ୍ଥ କୁଟିବାଲିରେ ଆଜି ଏକ ଭ୍ୟାନ ରାସ୍ତା ପାଖ ଗଛରେ ପିଟି ହୋଇଯିବା ଯୋଗୁଁ ଏଥିରେ ଥିବା ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି । ମୃତକମାନଙ୍କର ପରିଚୟ ଜଣାପଡିନାହିଁ । ଆହତମାନଙ୍କୁ ବାଲିଗୁଡା ସବଡିଭିଜନ ହସପିଟାଲ ଓ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ଭ୍ୟାନରେ ଥିବା ଯାତ୍ରୀମାନେ କୋଡଗଡରୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲେ । ପୋଲିସ ଦୁର୍ଘଟଣାସ୍ଥଳରେ ପହଂଚିଛି ।

Comments are closed.