ଚିଟଫଣ୍ଡ କଂପାନୀ ହୋମ ପ୍ରାଇଭେଟ୍ ଲିମିଟେଡ୍‌ର ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ

କଟକ- ଚିଟଫଣ୍ଡ କଂପାନି ଓଡିଶା ହୋମ୍ ପ୍ରାଇଭେଟ ଲିମିଟେଡର ସମସ୍ତ ସଂପତ୍ତି ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୮ ଏକର ୩୦ ଡେସିମିଲ ଭୂସଂପତ୍ତି ସହ ୮ ଲକ୍ଷ ୮୭ ହଜାର ବ୍ୟାଙ୍କ ଜମା ମଧ୍ୟ ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଚିଟଫଣ୍ଡ୍ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଥିଲା । ଆପାର୍ଟମେଂଟ ଯୋଗାଇ ଦେବାକୁ କହି ଲୋକଙ୍କୁ ଠକିଥିଲା କଂପାନି । ଏହି ଚିଟଫଣ୍ଡ କଂପାନି ବିରୋଧରେ ମୋଟ ୭ କୋଟି ୫୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆସିଥିଲା । ପୂର୍ବରୁ ୧୮ଟି ଚିଟଫଣ୍ଡ କଂପାନିର ସଂପତ୍ତି ବାଜ୍ୟାପ୍ତି ହୋଇସାରିଛି ।

Comments are closed.