ସ୍କୁଲ୍ ଟାଇମ ସ୍ଥିର କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବନ୍ଦ ଥିବା ସ୍କୁଲ, କଲେଜ ଆସନ୍ତା ୭ ତାରିଖରୁ ଖୋଲିବ । ଏହିମାସ ୭ ତାରିଖରୁ ଅଷ୍ଟମ ଉପର ସବୁ ଶିକ୍ଷାନୁଷ୍ଠାନ ଖୋଲିବ । ୧୪ ତାରିଖରୁ ନର୍ସରୀରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ସବୁ ଖୋଲିବ । ଗୁରୁବାର ସ୍କୁଲ,କଲେଜ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଜି ପାଠପଢା ସମୟ ସ୍ଥିର କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସ୍ଥିର କରାଯାଇଥିବା ସମୟ ଅନୁସାରେ ଦିନ ୧୦ଟାରୁ ଗୋଟାଏ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀର କ୍ଲାସ ହେବ । ଦିନ ୧୦ରୁ ଅପରାହ୍ନ ୪ଟା ଯାଏଁ ନବମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ହେବ ।
ଏଣେ ଶିକ୍ଷାନୁଷ୍ଠାନର ହଷ୍ଟେଲ ଫେବ୍ରୁଆରୀ ୬ରୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.