ପୁଣି ଖୋଳାହେଲା ଏମାର ମଠ, ଏଥର ମିଳିଲା ଲୁହାକଣ୍ଟା

ପୁରୀ- ପୁଣି ଥରେ ଏମାର ମଠ ଖୋଳାଯାଇଥିଲେ ମଧ୍ୟ ମାଟିତଳୁ ଏଥର କୌଣସି ଗୁପ୍ତଧନ ବା ରୁପାଇଟା ମିଳିନାହିଁ । ଆଜି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମାର ମଠରେ ତିନିଟି ସ୍ଥାନ ଖୋଳାଯାଇଥିଲା । ଖନନ ପରେ କେବଳ ଲୁହାକଣ୍ଟା ଓ ଲୁହାମୁଣ୍ଡା ହିଁ ମିଳିଛି । ପୂର୍ବରୁ ୨୦୧୧ରେ ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ମିଳିଥିବା ବେଳେ ଗତବର୍ଷ ୪୫ଟି ରୁପା ଇଟା ମିଳିଥିଲା । ମଠରେ ଆଉ କିଛି ଗୁପ୍ତ ଧନ ଥାଇପାରେ ବୋଲି ସନ୍ଦେହ କରି ଗତବର୍ଷ ସେପଟେମ୍ବର ୧୬ରେ ଦେବୋତ୍ତର ,ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ ଡିକ୍ଟେଟର ଦ୍ୱାରା ମଠର ଯାଂଚ କରାଯାଇଥିଲା । ତିନିଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ବୈଷୟିକ ଟିମର ରିପୋର୍ଟ ପରେ ଆଜି ମଠର ତିନିଟି ଚିିହ୍ନିତ ସ୍ଥାନ ଖୋଳାଯାଇଥିଲା ।

Comments are closed.