ଆଜିଠୁ ଚାରିଦିନ ରାଜ୍ୟରେ ଖରାଟିଆ ପାଗ, ରାତି ତାପମାତ୍ରା ଖସିବ

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ପାଣିପାଗ ବଦଳିବ । ଚାରିଦିନ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବ । ପଶ୍ଚିମାଝଡ ପ୍ରଭାବରେ ଗତକାଲି ରେକର୍ଡ ହୋଇଥିବା ରାତି ତାପମାତ୍ରା ସ୍ୱାଭାବିକଠାରୁ ୬ ଦଶମିକ ୪ ଡିଗ୍ରୀ ଯାଏଁ ଅଧିକ ରହିଥିଲା । ତେବେ, ଆସନ୍ତା ଦୁଇ ତିନି ଦିନରେ ରାତି ତାପମାତ୍ରା ହ୍ରାସ ପାଇବ । ଫେବ୍ରୁଆରୀ ୬ ଓ ୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଦେଖାଯାଇପାରେ ।

Comments are closed.