ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ବିସ୍ଫୋରଣ ହେଲା ନକ୍ସଲଙ୍କ ଲ୍ୟାଣ୍ଡମାଇନ, ଘଟଣାସ୍ଥଳରେ ଟଳି ପଡିଲେ ଯୁବ ସାମ୍ବାଦିକ

ଭବାନୀପାଟଣା- ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ନକ୍ସଲଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି । କଳାହାଣ୍ଡି ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରାଣ ହରାଇଥିବା ଯୁବ ସାମ୍ବାଦିକ ହେଲେ ରୋହିତ ବିଶ୍ୱାଳ । ସେ ଏକ ଦୈନିକ ଖବରକାଗଜର ପ୍ରତିନିଧି ଥିଲେ । କର୍ଲାଖୁଣ୍ଟା ବ୍ରିଜରେ ନକ୍ସଲଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । ଏକ ଗଛରେ ନକ୍ସଲଙ୍କ ଭୋଟ ବର୍ଜନ ସଂପର୍କିତ ପୋଷ୍ଟର ଲାଗିଥିବା ବେଳେ ସୂଚନା ସଂଗ୍ରହ ପାଇଁ ଗଛ ନିକଟକୁ ଯାଇଥିଲେ । ହଠାତ୍ ବିସ୍ଫୋରଣ ହେଲା ପରେ ସେ ଛିଟିକି ପଡିଥିଲେ । ତାଙ୍କ ମୁହଁ, ହାତ, ଗୋଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ସିଆରପିଏଫ ଓ ପୋଲିସ ଯାଇ ତନାଘନା ଆରମ୍ଭ କରିଛନ୍ତି ।

Comments are closed.