ମତଦାନ ଦିନ ମଦ ବିକ୍ରି ବାରଣ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ହେବେ ପଂଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ପଂଚାୟତ ନିର୍ବାଚନ ପାଇଁ ମତଦାନ ହେଉଥିବା ତାରିଖରେ ରାଜ୍ୟରେ ମଦ ବିକ୍ରି ଉପରେ କଟକଣା ଲଗାଇଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ସବୁ ଜିଲ୍ଲାପାଳଙ୍କୁ ପଠାଇ ଦିଆଯାଇଛି । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବାକୁ ଥିବା ସ୍ଥାନରେ ମଦ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି ।

Comments are closed.