ରକ୍ତ ପାଇଁ ଲାଞ୍ଚ ନେବାବେଳେ ଧରାପଡିଲେ ଏସସିବି ବ୍ଲଡବ୍ୟାଙ୍କ ଟେକନିସିଆନ

କଟକ- ରକ୍ତ ଯୋଗାଇବାକୁ ଲାଂଚ ନେଉଥିବା ବେଳେ ଧରାପଡିଲେ ବ୍ଲଡବ୍ୟାଙ୍କ ଟେକନିସିଆନ୍ । ଏସସିବି ବ୍ଲଡବ୍ୟାଙ୍କର ଟେକନିସିଆନ୍ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ରକ୍ତ ଯୋଗାଇଦେବା ପାଇଁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ କିଶୋର ଚନ୍ଦ୍ର ସ୍ୱାଇଁ । ସେ ଏସସିବି ମେଡିକାଲ୍ ବ୍ଲଡ ବ୍ୟାଙ୍କ୍ ଲାବ୍ରୋଟେରୀ ଟେକନିସିଆନ ଅଛନ୍ତି । ଦୁଇ ବୋତଲ ରକ୍ତ ଯୋଗାଇ ଦେବାକୁ ୫ ହଜାର ଟଙ୍କା ଲାଂଚ ନେଉଥିଲେ କିଶୋର । କଟକସ୍ଥିତ ଚାନ୍ଦିନୀ ଚୌକ ଘର ଓ ଗୋବିନ୍ଦପୁରରେ ଥିବା ତାଙ୍କର ପୈତୃକ ଘରରେ ଚଢାଉ କରିଛି ଭିଜିଲାନ୍ସ ।

Comments are closed.