ଓଏସଏସଟିଇଟି ପରୀକ୍ଷା ଆରମ୍ଭ, ଏଥର ୭୨ ହଜାରରରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର- ଆଜି ଓଏସଏସଟିଇଟି ପରୀକ୍ଷା ଆରମ୍ଭ ହୋଇଛି । ସକାଳ ୯ଟାରୁ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂ ଓ ଦିନ ଗୋଟାଏରୁ ସାଢେ ୩ଟା ଯାଏଁ ଦ୍ୱିତୀୟ ସିଟିଂ ପରୀକ୍ଷା ହେଉଛି । ମୋଟ ୭୨ ହଜାର ୨୮୦ ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଉଛନ୍ତି । ପେପର-୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ ପେପର-୨ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କଡା ସୁରକ୍ଷା ଓ କୋଭିଡ ଗାଇଡଲାଇନ ଅନୁସାରେ ପରୀକ୍ଷା ହେଉଛି । ପେପର-୧ ପାଇଁ ୩୩୮ ଓ ପେପର -୨ ପାଇଁ ୩୩ଟି କେନ୍ଦ୍ରରେ ପରୀକ୍ଷା ହେଉଛି ।

Comments are closed.