ଆଜି ପୁରୀ ଗଜପତି ମହାରାଜାଙ୍କ ସାନ ଝିଅ ବାହାଘର

ପୁରୀ – ଆଜି ରଜାଘର ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର ଆଜି ହେଉଛି । ଗଜପତିଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି । ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ହେବେ ଦେବେଶୀଙ୍କ ଜୀବନସାଥୀ । ବିବାହ ପୂର୍ବରୁ ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ ସଂପନ୍ନ ହୋଇଛି । ଆଜି ରାତିରେ ଦେବେଶୀ ଓ ଆଦିତ୍ୟଙ୍କ ମଧ୍ୟରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ବିବାହ ହେବ । ପୁରୀ ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ବିବାହ ଭୋଜି ପାଇଁ ନିମନ୍ତ୍ରଣ କରାଯାଇଛି ।

Comments are closed.