ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଓମଫେଡ୍ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ 

ସମ୍ବଲପୁର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ଓମଫେଡ୍ ଅଧିକାରୀ । ସମଲେଶ୍ୱରୀ ଓମଫେଡ୍ ୟୁନିଅନ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକାସଙ୍ଗେ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ପୁରୀ, ଭୁବନେଶ୍ୱର ଓ ସମ୍ବଲପୁରର ଦୁଇଟି ସ୍ଥାନରେ ଚଢାଉ ହୋଇଛି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । କିଶୋରଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଏକାଧିକ ଅଭିଯୋଗ ଥିଲା ।

Comments are closed.