ରାଜ୍ୟରେ ପୁଣି ଦେଢ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ପୁଣି ଦେଢ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୪୮୦ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୮୬୨ ଓ ସ୍ଥାନୀୟ ଅଂଚଳରୁ ୬୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୩, ସୁନ୍ଦରଗଡରୁ ୧୩୯, କଟକରୁ ୧୩୩, ଯାଜପୁରରୁ ୭୩, ଅନୁଗୁଳ ୭୨, ନୟାଗଡରୁ ୫୯, କୋରାପୁଟରୁ ୫୮, ନୂଆପଡାରୁ ୫୭, କେନ୍ଦ୍ରାପଡାରୁ ୪୯, ରାୟଗଡାରୁ ୪୭, ଗଜପତିରୁ ୪୩, ଜଗତସିଂହପୁରରୁ ୪୩, କଳାହାଣ୍ଡିରୁ ୪୧, ମୟୂରଭଞ୍ଜରୁ ୪୦, ଝାରସୁଗୁଡାରୁ ୩୯, ବଲାଙ୍ଗିରରୁ ୩୭, ପୁରୀରୁ ୩୭, ବୌଦ୍ଧରୁ ୩୬, ନବରଙ୍ଗପୁରରୁ ୩୫, ବାଲେଶ୍ୱରରୁ ୩୪, କେନ୍ଦ୍‌ୁଝରରରୁ ୩୪, ଗଞ୍ଜାମରୁ ୨୭, ଦେବଗଡରୁ ୨୭, ସୋନପୁରରୁ ୨୭, ବରଗଡରୁ ୨୫, ସମ୍ବଲପୁରରୁ ୨୧, ଭଦ୍ରକରୁ ୨୦, ଢେଙ୍କାନାଳରୁ ୧୩, କନ୍ଧମାଳରୁ ୧୨, ମାଲକାନଗିରିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୩୬ଟି ମାମଲା ରିପୋର୍ଟ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୫ ହଜାର ୯୮୦ ରହିଛି ।

Comments are closed.