ବାଲେଶ୍ୱର-ବାଲେଶ୍ୱରରୁ ପୁଣି ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି । ବାଲେଶ୍ୱରର ହୋଟେଲ ଲିଓ ସାଇ ଇଂଟରନ୍ୟାସନାଲ ନିକଟସ୍ଥ ଜାତୀୟ ରାଜପଥ ୧୬ ରାସ୍ତାକଡରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ଚଢାଉ କରିଥିଲା । ୧ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ କଲିମ ନାମକ ଜଣେ ବେପାରୀକୁ ଧରିଛି ଏସଟିଏଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ।
Comments are closed.