ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ

ଭୁବନେଶ୍ୱର- ରାଜଧାନୀର ୟୁନିଟ-୧ରେ ଥିବା ହୋଲସେଲ ପରିବା ମାର୍କେଟ ସ୍ଥାନାନ୍ତର ହେବ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ପରିବା ମାର୍କେଟ ସ୍ଥାନାନ୍ତର କରାଯିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ପରିବା ହାଟ ପାଇଁ ଭଗବାନପୁରରେ ୧୦ ଏକର ଜାଗା ଚିହ୍ନଟ କରାଯାଇଛି । ହୋଲସେଲ ବ୍ୟବସାୟ ଲାଗି ସେଠାରେ ସବୁ ପ୍ରକାର ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିଛି ବୋଲି ବିଏମସି କହିଛି । ସହର ମଧ୍ୟରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ଦୂର ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିଏମସି ଅତିରିକ୍ତ କମିଶନର କହିଛନ୍ତି ।

Comments are closed.