ନୂଆ ନିର୍ଦ୍ଦେଶନାମା :ଆସନ୍ତା ୧୪ରୁ ଖୋଲିବ ସ୍କୁଲ୍‌, କିନ୍ତୁ ୨୮ରୁ ଆରମ୍ଭ ହେବ କ୍ଲାସରୁମ ପଢା

ଭୁବନେଶ୍ୱର- ପୂର୍ବ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ତାରିଖରୁ ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣା ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କିନ୍ତୁ ପିଲାମାନେ ୨୮ ତାରିଖରୁ ହିଁ ସ୍କୁଲ ଆସିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ନେଇ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି । ପଂଚାୟତ ନିର୍ବାଚନ ପାଇଁ ସ୍କୁଲ ଗୁଡିକରେ ବୁଥ ହେବାକୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦେଶନାମା ଅନୁସାରେ ଏହି ମାସ ୧୪ରୁ ୨୭ ଯାଏଁ ପିଲାଙ୍କ ଅନଲାଇନ କ୍ଲାସ ହେବ । ୧୪ରୁ ସବୁ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଯିବେ । ସ୍କୁଲ ପରିସରରେ ସେମାନେ ସଫଇ କାର୍ଯ୍ୟର ତଦାରଖ କରିବେ ।

Comments are closed.