ରଙ୍ଗେଇଲୁଣ୍ଡା ବିଇଓଙ୍କୁ ଜାତୀୟ ସମ୍ମାନ

ବ୍ରହ୍ମପୁର: ଶିକ୍ଷା ପ୍ରଶାସନ କ୍ଷେତ୍ରରେ ନୂଆ କୌଶଳର ସଫଳ ପ୍ରୟୋଗ ପାଇଁ ଜାତୀୟସ୍ତରର ସମ୍ମାନ ପାଇଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଡ. ପ୍ରଭାତୀ ମହାପାତ୍ର। ନୂଆଦିଲ୍ଲୀସ୍ଥିତ ଏନ୍‌ଆଇଇପିଏ (ଜାତୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ସଂସ୍ଥାନ) ଦ୍ବାରା ଡ. ମହାପାତ୍ରଙ୍କୁ ନିକଟରେ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହା ପ୍ରଦାନ କରାଯାଇଛି।

୨୦୧୮ ମସିହାରୁ ରଙ୍ଗେଇଲୁଣ୍ଡା ବିଇଓ ଭାବେ କାର୍ଯ୍ୟରତ ଡ. ମହାପାତ୍ର ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶ ସକାଶେ ‘ଦିଶା’ (ଡ୍ରାଇଭ୍ ଫର୍ ଇମ୍ପୃଭମେଣ୍ଟ୍‌ ଅଫ୍ ଷ୍ଟୁଡେଣ୍ଟ୍‌ସ୍ ହଲିଷ୍ଟିକ୍‌ ଆଚିଭମେଣ୍ଟ) ଆରମ୍ଭ କରିଥିଲେ। ଫଳରେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି, ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସରକାରୀ ସ୍କୁଲର ସଫଳତା, ମୋ ସ୍କୁଲ ଅଭିଯାନରେ ସମସ୍ତ ବିଦ୍ୟାଳୟର ଶତପ୍ରତିଶତ ଅଂଶଗ୍ରହଣ ଆଦି ସମ୍ଭବପର ହୋଇପାରି ଥିଲା। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସମ୍ପ୍ରତି ଆଖିଦୃଶିଆ ପରିବର୍ତ୍ତନ ଘଟୁଥିବା ବେଳେ ଏହି ବିଭାଗର ପ୍ରଶାସକଙ୍କୁ ଜାତୀୟ ସମ୍ମାନ ଗୌରବର କଥା ପାଲଟିଛି।

Comments are closed.