ବରଗଡ଼ ସବଜେଲରେ ଦୁଇ କଏଦୀ ଗୋଷ୍ଠୀ ମୁଁହାମୁହିଁ, ଥାନାରେ ମାମଲା

ବରଗଡ଼: ବରଗଡ ସବ ଜେଲ ଭିତରେ ଥିବା ବିଚାରାଧିନ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ବିଚାରାଧିନ କଏଦୀ ଆହତ ହୋଇଥିବା ନେଇ ବରଗଡ ଟାଉନ ଥାନାରେ ଅଭିଯୋଗ ହୋଇଛି । ସବଜେଲର ଜେଲରଙ୍କ ଠାରୁ ଏନେଇ ସୂଚନା ପାଇ ଘଟଣାର ତଦନ୍ତ ପାଇଁ ସମ୍ବଲପୁର ରେଞ୍ଜ ଜେଲ DIG ଅନୁଶୟା ଜେନା ବରଗଡ ପହଞ୍ଚିଛନ୍ତି ।

ସୂଚନା ଅନୁଯାୟୀ, ବରଗଡ ସବ ଜେଲ ଭିତରେ କୌଣସି କାରଣକୁ ନେଇ ଜେଲ ଭିତରେ ଥିବା ବିଚାରଧିନ କଏଦୀ ମାନଙ୍କର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ମାଡପିଟ ଆରମ୍ଭ ହୋଇଯାଇଥିଲା । ତେବେ ଗଣ୍ଡଗୋଳରେ ଜଣେ କଏଦୀ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା କରାଯାଇଥିଲା । ଅପରପଟେ ବରଗଡ ଟାଉନ ଥାନାରେ ଏନେଇ ସବ ଜେଲର ଅଞ୍ଜଳି ପଟେଲଙ୍କ ଅଭିଯୋଗ କ୍ରମେ କେସ ନମ୍ବର 70ରେ ଏକ ମାମଲା ରୁଜୁ ହୋଇଛି ।

Comments are closed.