ବୌଦ୍ଧରେ ଆଇଆରଏଡି ଯୋଜନାର ଶୁଭାରମ୍ଭ, ମିଳିବ ଦୁର୍ଘଟଣାର ସଠିକ ତଥ୍ୟ

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଆଇଆରଏଡି ଯୋଜନାର ଆରମ୍ଭ କରାଯାଇଛି । କେନ୍ଦ୍ର ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ବୌଦ୍ଧ ପୋଲିସ ପକ୍ଷରୁ ଏହି ଆଇଆରଏଡି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ତଥା ଦୁର୍ଘଟଣା ସମ୍ପର୍କରେ ସଠିକ ତଥ୍ୟ ଉପଲବ୍ଧ ପାଇଁ ଜିଲ୍ଲା ପୋଲିସ, ସ୍ବାସ୍ଥ୍ୟ, ପରିବହନ ଓ ଜାତୀୟ ରାଜପଥ ବିଭାଗ ମିଳିତ ଭାବରେ ସଡକ ସୁରକ୍ଷା ନେଇ କାର୍ଯ୍ୟ କରିବା ସହିତ ଏକ ସ୍ବତନ୍ତ୍ର ଡାଟା ପ୍ରସ୍ତୁତ କରିବା ନେଇ ସୂଚନା ଦିଆଯାଇଛି ।

Comments are closed.