ପଂଚାୟତ ନିର୍ବାଚନ ଭୋଟ ଗଣତି ଲାଗି ନିୟମାବଳୀ ଜାରି

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ଭୋଟ ଗଣତି ଲାଗି ନିୟମାବଳୀ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏଥର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି କରାଯିବ । ତିନିଦିନ ମଧ୍ୟରେ ସରିବ ଜିଲ୍ଲା ପରିଷଦ ମଣ୍ଡଳୀର ଭୋଟ୍ ଗଣତି । ବ୍ଲକ ମୁଖ୍ୟାଳୟ ନିକଟରେ ମତଗଣନା କେନ୍ଦ୍ର ରହିବ ଓ ଷ୍ଟ୍ରଙ୍ଗରୁମ ବାହାରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଭୋଟବାକ୍ସ ଜଗିପାରିବେ ଦଳ । ଗୋଟିଏ ହଲରେ ୮ଟି ପଂଚାୟତର ଭୋଟ୍ ଗଣତି ହୋଇପାରିବ । ୨୪ ଘଂଟିଆ ସିସିଟିଭି ନଜରରେ ରହିବ ମତଗଣନା କେନ୍ଦ୍ର ନିକଟ ଷ୍ଟ୍ରଙ୍ଗରୁମ । ଷ୍ଟ୍ରଙ୍ଗରୁମ ବାହାରେ ୨୪ ଘଂଟିଆ ଦ୍ୱିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ଗୋଟିଏ ମତଗଣନା ଟେବୁଲ ପାଇଁ ୪ ଜଣ କର୍ମଚାରୀ ରହିବେ ।

Comments are closed.