କୋଟିପତି ଏଡିଏମଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ

ଭୁବନେଶ୍ୱର- ଜେଲ୍ ଗଲେ ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସଂପତ୍ତ ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା । ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତା ୧୭ରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତ ୧୧ ଓ ୧୨ ତାରିଖରେ ଏଡିଏମଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ପରେ ତାଙ୍କର ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଥିବା ଭିିଜିଲାନ୍ସ ଏସପି ଏମ. ରାଧାକୃଷ୍ଣନ କହିଛନ୍ତି ।

ବିଶ୍ୱଜିତଙ୍କ ଘରୁ ନଗତ ୩ ଲକ୍ଷ ୫୦ ହଜାର ଟଙ୍କା, ୪୫୦ ଗ୍ରାମ ସୁନା, ଅଢେଇ କୋଟିର ଇନଭେଷ୍ଟମେଂଟ କାଗଜପତ୍ର ମିିଳିଛି । ଭୁବନେଶ୍ୱର ନହରକଂଟାରେ ତାଙ୍କର ୯୧ ଲକ୍ଷ ଟଙ୍କାର ଘର, ଆସିୟାନା ଫ୍ଲାଟ ଏବଂ ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ଟି ପ୍ଲଟ ରହିଛି, ଯାହାର ମୂଲ୍ୟ ୩ କୋଟିରୁ ଅଧିକ ହେବ । ବିଶ୍ୱଜିତ ପତ୍ନୀଙ୍କ ନାଁରେ ଏକ ସିମେଂଟ ଗୋଦାମ ରହିଛି । ତାହାର କାଗଜପତ୍ର ମଧ୍ୟ ଯାଂଚ କରୁଛି ଭିଜିଲାନ୍ସ ।

Comments are closed.