ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର

ଭୁବନେଶ୍ୱର -ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ବେଳେ ଆଜି ପ୍ରଚାର ସରିବ । ଆଜି ସଂଧ୍ୟା ୭ଟା ପରେ ସମସ୍ତ ପ୍ର୍ରକାର ସଭା, ସମାବେଶ ଓ ମିଳିତ ପ୍ରଚାର ଉପରେ ରୋକ୍ ଲାଗିବ । ୧୬ ତାରିଖ ଦିନ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଜୋନ୍‌, ୧ ହଜାର ୬୬୯ ପଂଚାୟତ ଓ ୨୨ ହଜାର ୩୭୯ଟି ୱାର୍ଡ ପାଇଁ ଭୋଟ୍ ଗ୍ରହଣ ହେବ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ୩୬ ଘଂଟା ପୂର୍ବରୁ ଆନୁଷ୍ଠାନିକ ପ୍ରଚାରରେ ବିରାମ ଲାଗିବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ମତଦାନ ହେଉଥିବା ଅଂଚଳରେ ବାହାରର ନେତା ରହିବେ ନାହିଁ । ମତଦାନର ୩୬ ଘଂଟା ପୂର୍ବରୁ ବାହାର ନେତା ସଂପୃକ୍ତ ଅଂଚଳ ଛାଡିବେ ।

Comments are closed.