ଆଜିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବ, ୨୮ରୁ ଆସିବେ ପିଲା

ଭୁବନେଶ୍ୱର – ଆଜିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । କିନ୍ତୁ ଛାତ୍ରଛାତ୍ରୀ ଆସିବେ ନାହିଁ । କେବଳ ଶିକ୍ଷକ ଓ କର୍ମଚାରୀମାନେ ସ୍କୁଲ ଆସିବେ । ସ୍କୁଲ ପରିସର ସଫେଇ ଓ ବିଶୋଧନ ଉପରେ ସେମାନେ ଧ୍ୟାନ ଦେବେ । ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଆସିବେ । ଏହି ସମୟ ମଧ୍ୟରେ ପିଲାମାନେ ଅନଲାଇନ ଶିକ୍ଷା ଗ୍ରହଣ କରିବେ । ଯଦି ଦ୍ୱନ୍ଦ୍ୱ ରହିଥିବ, ସେମାନେ ଶିକ୍ଷକଙ୍କଠାରୁ ଅନଲାଇନରେ ବୁଝିପାରିବେ ।

Comments are closed.