ଅତାବିରାରେ ପୃଥକ ପୃଥକ ଦୁର୍ଘଟଣା , ୩ ଗୁରୁତର

ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ମୁଖ୍ୟ ୫୩ନଂ ଜାତୀୟ ରାଜପଥ ରେ ପୃଥକ୍ ପୃଥକ୍ ଭାବରେ ଦୁଇଟି ଦୁର୍ଘଟଣା ରେଙ୍ଗାଲି କେମ୍ପ ଛକ ରେ ସ୍କୁଟି ଓ କଣ୍ଟେନର ଧକ୍କା ରେ ଜଣେ ଗୁରୁତର ହୋଇପଡ଼ିଥିବା ବେଳେ ଦୁଇ ଜଣ ବର୍ତ୍ତି ଯାଇଥିଲେ।

ସୂଚନା ମତେ ଭେଡେନ ତଳିପଡ଼ାରୁ ସିଂହପାଲି
ମାଙ୍ଗଳିକ ଯିବା ସମୟରେ ରେଙ୍ଗାଲି କେମ୍ପ ଛକ ପାରି ହୋଇ ବରଗଡ଼ – ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କଣ୍ଟେନର କୁ ସ୍କୁଟି ଚାଳକ କୁଞ୍ଜ ବିହାରୀ ମେହେର (୫୭) ଧକ୍କା ଦେବା ଫଳରେ ସ୍କୁଟି ସେ ନିଜେ ଛିଟିକି ପଡ଼ି ଗୁରୁତର ହୋଇ ପଡ଼ିଥିଲେ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅତାବିରା ଡାକ୍ତରଖାନା ରେ ଚିକିତ୍ସା କରାଇ ଗୁରୁତର ଅଧିକ ଚିକିତ୍ସା ପାଇଁ ବରଗଡ଼ ପଠାଇ ଦିଆଯାଇ ଥିବା ଜଣାପଡିଛି।

ସେହିପରି ଚକୁଳି ଫାର୍ମ ସତୀ ଯୁରିଆ ଜୋର ନିକଟରେ ସ୍କୁଟିକୁ ଧକ୍କା ଦେଲା ବାଇକ୍,ବାଇକ୍ ଆରୋହୀ ସମେତ ବାଇକ୍ ରେ ବସିଥିବା ଜଣେ ବୃଦ୍ଧ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି।ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ସମ୍ବଲପୁର – ବରଗଡ଼ ୱେ ୫୩ନଂ ଜାତୀୟ ରାଜପଥ ରେ ଗୋଡଭଗା ପଟୁ ଆସୁଥିବା ସ୍କୁଟି ଗାଡ଼ି କୁ ଏଚ ଏଫ୍ ଡିଲସ୍କ ପଛ ପଟୁ ଧକ୍କା ଦେବା ଫଳରେ ରାଜରାସ୍ତା ଉପରେ ସ୍କୁଟି ଆରୋହୀ ସମେତ ଡିଲସ୍କ ଆରୋହୀ ଦୁଇ ଜଣ ଛିଟିକି ପଡ଼ିଥିଲେ । ଫଳରେ ସ୍କୁଟି ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିଲେ ଓ ଛିଟିକି ପଡ଼ିଥିବା ଡିଲସ୍କ ଆରୋହୀ ଦୁଇଜଣ ଗୁରୁତର ହୋଇ ପଡିଥିଲେ।ଏନେଇ ସ୍ଥାନୀୟ ତଥା ଯିବା ଆସିବା ଲୋକଙ୍କ ସହାୟତା ରେ ପୋଲିସ କୁ ଖବର ଦେଇ ଗୁରୁତର ବାଇକ୍ ଆରୋହୀ ଦୁଇ ଜଣ ଙ୍କୁ ଆମ୍ବୁଲାନ୍ସରେ ବୁର୍ଲା ଡ଼ାକ୍ତରଖାନା କୁ ପଠାଇ ଦିଆଯାଇ ଥିଲା। ଏନେଇ ଗୋଡଭଗା ଫାଣ୍ଡି ପୋଲିସ ଓ ଅତାବିରା ପୋଲିସ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ି ଜବତ କରି ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.