ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସାଂସଦ ଅଚ୍ୟୁତ ସାମନ୍ତ

ବୌଦ୍ଧ: ଜିଲ୍ଲାର ନଅ ଗୋଟି ଜୋନରେ ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ । ଶନିବାର ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ ଆସି ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଉପସ୍ଥିତିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସାଂସଦ କଣ୍ଟାମାଳର ଏକ ନମ୍ବର ଠାରୁ ଆରମ୍ଭ କରି ନ ନମ୍ବର ପର୍ଯ୍ୟନ୍ତ ସମସ୍ତ ଜୋନରେ ମାରାଥନ ପ୍ରଚାର କରିଛନ୍ତି । ସାମନ୍ତତେବେ ଜିଲ୍ଲାରେ ଦୁଇ, ଚାରି, ଛ ଓ ସାତ ନମ୍ବର ଜୋନରେ ବିଜେଡି ଦଳ ବ୍ୟାକ ଫୁଟରେ ରହିଛି । ଚଳିତ ଥର ବିଜୟ ଆଶା ନେଇ ସାଂସଦ ପହଞ୍ଚି ଥିବା ଚର୍ଚ୍ଚା ହେଉଛି । ବିଶେଷ ଭାବରେ ଚାରି ନମ୍ବର ଜୋନରେ ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କ କଡା ଟକ୍କର ହେଉଥିବାରୁ ସାଂସଦ ବାଉଁଶୁଣୀ ଠାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।

Comments are closed.