ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମନ୍ତ୍ରୀ

ସୁବର୍ଣ୍ଣପୁର: ବିନିକା ବ୍ଲକରେ ମନ୍ତ୍ରୀ ପଦ୍ମନାଭ ବେହେରା ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣା ହରିପାଲଙ୍କ ପାଇଁ ପ୍ରଚାର କରିଛନ୍ତି । ବଲାରଙ୍ଗା , ଚେରୁପାଲି, ଅରିଗାଁ , ଆଦର , ବାବୁପାଲି , ପଲସାପାଲି , ବାଗଡ଼ିଆ , ଖଇରମାଳ , କମିରା ଅଇଲାମୁଣ୍ଡା , ସିଂହିଯୁବା ପ୍ରଭୃତି ଗ୍ରାମରେ ମନ୍ତ୍ରୀ ବେହେରା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶଧାରା ସମ୍ପର୍କରେ ମନ୍ତ୍ରୀ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ପ୍ରଚାରରେ ବିନିକା ବ୍ଲକ ସଭାପତି ଦ୍ବାରିକାନାଥ ସାହୁ , ନଗର ସଭାପତି ସୋମନାଥ ମିଶ୍ର , ଟଙ୍କଧର ମେଲ୍ଲି, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ପଣ୍ଡା , ପୂର୍ବତନ ଏନଏସି ଉପାଧକ୍ଷା ତପସ୍ବିନୀ ମେହେର , ଅଦୈତ ପଣ୍ଡା , ମାନସ ବେହେରା , କୃଷ୍ଣଚନ୍ଦ୍ର ପଣ୍ଡା , ହୃଷିକେଶ ପଣ୍ଡା , ହାଡୁ ମେହେର , ପୀତବାସ ମେହେର , ବିଜୟ ବରାଇ , ମହେନ୍ଦ୍ର ସୁନା ପ୍ରମୁଖ ବହୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ ।

Comments are closed.