ଭୁବନେଶ୍ୱର – ପଂଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁଥିବା କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମତଦାନ ଦିନ କର୍ମଚାରୀଙ୍କୁ ଛୁଟି ମିଳିବ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀଙ୍କୁ ଛୁଟି ମିଳିବ । ଏ ନେଇ ଶ୍ରମ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । କର୍ମଚାରୀଙ୍କ ଆବେଦନ ପରେ ଛୁଟି ନ ଦେଲେ ଅପରାଧ ଭାବେ ଧରାଯିବ । ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ହେବ ମତଦାନ ।
Comments are closed.