ଭିଜିଲାନ୍‌ସ ଚଢାଉ : ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କଠାରୁ ମିଳିଲା ଦାମୀ ବାଇକ, ବିଏମଡବ୍ଲୁ କାର, ପତ୍ନୀଙ୍କ ନାଁରେ ବିଶାଳ ବ୍ୟବସାୟ

କଟକ-ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଅୟସ ଆରାମର ଜୀବନ କାଟୁଥିଲେ ପୋଲିସ ବାବୁ । ଆଜି ତାଙ୍କର ୧୧ଟି ଠିକଣାରେ ଏକକାଳିନ ଚଢାଉ କରି କୋଟି କୋଟି ଟଙ୍କାର ସଂପତ୍ତି ଓ ବ୍ୟବସାୟିକ ସାମ୍ରାଜ୍ୟ ଠାବ କରିଛି ଭିଜିଲାନ୍ସ । ଚଢାଉରୁ ଜଣାପଡିଛି ଯେ, ତ୍ରିନାଥ ମିଶ୍ରଙ୍କ ଭୁବନେଶ୍ୱର ରସୁଲଗଡରେ ରହିଛି ୩ଟି ବିଏଚକେ ଫ୍ଲାଟ୍ । ଯାଜପୁର ବଡଚଣାରେ ଫାର୍ମ ହାଉସ, ଭୁବନେଶ୍ୱର ଓ ଯାଜପୁରରେ ୩ଟି ପ୍ଲଟ ରହିଛି । ସାଢେ ତିନି ଲକ୍ଷ ଟଙ୍କା ଓ ଦାମୀ ବାଇକ ଜବତ ହୋଇଛି । ୧ କୋଟି ୧୧ ଲକ୍ଷ ଟଙ୍କାର ଦାମୀ ବିଏମଡବ୍ଲୁ କାର ବି ଜବତ ହୋଇଛି ।

ଅତିରିକ୍ତ ଏସପିଙ୍କ ପତ୍ନୀଙ୍କ ନାଁରେ ଶାନ୍ତିଲତା କେୟାର ଓ ଡ୍ରଗ ହାଉସ ରହିଛି । ଚଣ୍ଡିଖୋଲରେ ରହିଛି ଶାନ୍ତିଲତା ଟ୍ରାନସପୋର୍ଟ । ଏହାଛଡା କଟକ ମହାନଦୀ ବିହାରରେ ଡ୍ରଗ୍ସ ମାନ୍ୟୁଫାକଚରିଂ ବ୍ୟବସାୟ ରହିଥିବା ଭିଜିଲାନ୍‌ସ ଚଢାଉରୁ ଜଣାପଡିଛି ।

Comments are closed.