ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ଫୁଲବାଣୀ-କନ୍ଧମାଳ ଜିଲ୍ଲାରେ ପୁଣି ନକ୍ସଲଙ୍କ ଦୌରାତ୍ମ୍ୟ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଂଡାରଂଗୀ ପଂଚାୟତ ଗୁମି ଗାଁରେ ଏଭଳି ନୃଶଂସ କାଣ୍ଡ ଘଟାଇଛନ୍ତି ମାଓବାଦୀ । ମୃତ ଯୁବକଙ୍କ ନାମ କପିଳ ମାଝୀ । ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ଏହି ପଂଚାୟତରେ ଭୋଟ୍ ବର୍ଜନ ପାଇଁ ଆହ୍ୱାନ ଦେଇ ପୋଷ୍ଟର ଓ ବ୍ୟାନର ମାରିଥିଲେ ମାଓବାଦୀ । କିଛି ମାସ ତଳେ ଭଂଡାରଂଗୀ ସରଂପଚଙ୍କ ପୁଅଙ୍କୁ ହତ୍ୟା ବି କରିଥିଲେ ।

Comments are closed.