ଆଜି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ୱର- ରାଜ୍ୟରେ ୫ ପର୍ଯ୍ୟାୟ ପଂଚାୟତ ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । କୋଭିଡ କଟକଣା ମଧ୍ୟରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ମତଦାନ ହେଉଛି । ୧୬୬୯ଟି ଗ୍ରାମ ପଂଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହେଉଛି । ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି ।

ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଦିନ ଗୋଟାଏ ଯାଏ ଭୋଟ ଗ୍ରହଣ ହେବ । ୨୨ ହଜାର ୩୭୯ ବୁଥରେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ । ୩୩୫୭ଟି ବୁଥ୍ ଉତ୍ତେଜନା ପ୍ରବଣ ରହିଛି ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୩୭ ହଜାର ୨୪୫ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ୨୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଭୋଟ୍ ଦେବା ପାଇଁ ୱାର୍ଡୱାରୀ ଭୋଟର ତାଲିକାରେ ନାଁ ଥିବା ଜରୁରୀ ।

Comments are closed.