ହୃଦଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ବାତିଲ

ବରଗଡ଼: ବରଗଡ ଜିଲ୍ଲା ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମୀକି ପ୍ରଧାନଙ୍କ ମୃତ୍ୟୁ ହୋଇଛି । । ପ୍ରାର୍ଥୀଙ୍କ ମୃତ୍ୟୁରେ ୨୪ରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ବନ୍ଦ ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପ୍ରାର୍ଥୀ ବାଲ୍ମୀକି ପ୍ରଧାନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଆଜି ତାଙ୍କର ମୃତଦେହ ଗୋବିନ୍ଦପୁର ଗ୍ରାମକୁ ଆଣାଯିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ବାଲ୍ମୀକି ପ୍ରଧାନ ଯିଏକି ସୂର୍ଯ୍ୟ ଚିହ୍ନରେ ପଞ୍ଚାୟତ ନିର୍ବାଚନରେ ଛିଡ଼ା ହୋଇଥିଲେ ।

Comments are closed.