ଭୋଟ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ସୁବର୍ଣ୍ଣପୁର: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରରେ ଚାଲିଛି ଭୋଟ ଗ୍ରହଣ । ଏହି ପର୍ବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ସାମିଲ ହୋଇଛନ୍ତି । ନିଜ ପୈତୃକ ଗାଁ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଭୋଟ ଦେଇଛନ୍ତି ।

ସୂଚନା ମତେ ଡୁଙ୍ଗୁରିପାଲି ବ୍ଲକର ୨୬ ଗୋଟି ପଞ୍ଚାୟତରେ ୩୩୦ ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୫୦ ଗୋଟି ବୁଥ ସମ୍ବେଦନଶୀଳ ଓ ୬ ଗୋଟି ବୁଥ୍ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । 3ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ହେଉଥିବାରୁ ଏଥିରେ ୧୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୭୩ ଜଣ ସମିତି ସଭ୍ୟ ଓ ୧୦୬ ଜଣ ସରପଞ୍ଚ ପ୍ରାର୍ଥୀ ରହିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ସର୍ବମୋଟ ୯୬ ହଜାର ୭ ଶହ ୬୦ ଜଣ ଭୋଟର ନିଜର ମତଦାନ କରୁଛନ୍ତି ।

Comments are closed.