ପୋଲରୁ ୨୦ ଫୁଟ ତଳକୁ ଖସିଲା ଟ୍ରକ୍, ୨ ଗୁରୁତର

ଖଲିକୋଟ: ୧୬ ନମ୍ବର ଜାତୀୟ ରାଜପଥର ହରିଡ଼ାମୁଳ ଛକ ନିକଟ ପୋଲରେ ଦୁର୍ଘଟଣା। ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ପୋଲ ଉପରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଛି। ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି। ଏଥିରେ ଡ୍ରାଇଭର ହାକିମ ମଣ୍ତଳ ଓ ହେଲପର ତାପସ ମଲ୍ଲିକ ଗୁରୁତର ହୋଇଛନ୍ତି। ଖଲ୍ଲିକୋଟ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକରେ ଫସି ରହିଥିବା ଦୁଇ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ବର ଯାଉଥିବା ଅଣ୍ତା ବୋଝେଇ ଟ୍ରକ (ଏପି୩୭ ୮୯୦୦) ହରିଡ଼ାମୁଳ ଘାଟି ନିକଟ ପୋଲ ଉପରୁ ଖସିପଡ଼ିବାରୁ ଟ୍ରକଟି ଚୁରମାର ହୋଇ ଯାଇଛି। ଅଗ୍ନିଶମ ବାହିନୀ, ପୋଲିସ ଓ ପ୍ରଶାସନ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ।

Comments are closed.