ହଷ୍ଟେଲରୁ ଅଜଗର ଉଦ୍ଧାର

ସୁବର୍ଣ୍ଣପୁର: ଉଲୁଣ୍ଡା ହାଇସ୍କୁଲ ସ୍ଥିତ ହଷ୍ଟେଲ ପରିସରରୁ ଏକ ୫ଫୁଟ ଲମ୍ବର ଅଜଗର ସାପକୁ ବନବିଭାଗ ଉଦ୍ଧାର କରିଛି । ସୂଚନା ଅନୁସାରେ , କିଛି ଲୋକ ହଷ୍ଟେଲ ପରିସରରେ ଅଜଗରଟିକୁ ଦେଖ୍କୁ ପାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଖବର ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ନଳିନୀ କୁମ୍ଭାର ଘଟଣା ସମ୍ପର୍କରେ ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀ ଦୀପକ କଣ୍ଠ , କିଶାନ ମେହେର , ସିପୁନ ପାଣ୍ଡେ , ନିତିଆ କଣ୍ଠ ଓ ମନୋଜ କଣ୍ଠ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ବନାକର୍ମଚାରୀମାନେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛାଡ଼ି ଦେଇଥିଲେ ।

Comments are closed.