ମିଳିଲାନି ଭତ୍ତା, ରାଜରାସ୍ତାରେ ହିତାଧିକାରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସରସରା ପଞ୍ଚାୟତରେ ଭତ୍ତା ନପାଇ ବହୁ ହିତାଧିକାରୀମାନେ ରାସ୍ତାରୋକ କରିଥିଲେ । ସୂଚନା ମୁତାବକ ଗତ ମାସ ଓ ଚଳିତ ମାସର ଭତ୍ତା ଟଙ୍କା ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏଣୁ ଏହାରି ପ୍ରତିବାଦରେ ହିତାଧିକାରୀ ମାନେ ସରସରା ଠାରେ ଖୋର୍ଦ୍ଧା – ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଉପରେ ବସି ରହି ରାସ୍ତା ଅବରୋଧ କରିଥିଲେ । ଖବରପାଇ ପଞ୍ଚାୟତ ଦାୟିତ୍ଵରେ ଥିବା ନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଟଙ୍କା ବଣ୍ଟନ କରିବା ପରେ ରାସ୍ତାରୋକ ହଟିଥିଲା । ରାସ୍ତାରୋକ ଯୋଗୁଁ ଉକ୍ତ ରାସ୍ତାଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Comments are closed.