ଶ୍ରୀମନ୍ଦିରରେ ଗାଣପତ୍ୟ ଉପାସନାର ପ୍ରଭାବ। ମନ୍ଦିର ବେଢାରେ ରହିଛି ଅନେକ ଗଣେଶ ବିଗ୍ରହ

ଶ୍ରୀମନ୍ଦିର ଭିତରେ ଗାଣପତ୍ୟ ଉପାସନାର ପ୍ରଭାବ ରହିଥିବା ଦେଖିବାକୁ ମିଳେ । ମନ୍ଦିର ଭିତରେ ଦେଖାଯାଉଥିବା ଗଣପତି ବା ଗଣେଶଙ୍କ ବିଗ୍ରହ ତଥା ମନ୍ଦିର ରୁ ଏହା ପୂର୍ବନୁମାନ କରାଯାଇଛି । ଶ୍ରୀମନ୍ଦିର ଭିତରେ ମୋଟ ୪୫ଟି ଗଣେଶ ମନ୍ଦିର ଅଛି । ସେମାନକ ଭିତରୁ ଭିତର ବେଢାରେ ୨୩ଟି ଓ ବାହାର ବେଢାରେ ୨୨ଟି ରହିଛି ।

• କଳ୍ପବଟ ଗଣେଶ – ଦକ୍ଷିଣ ଦ୍ୱାର ଭିତର ଗୁମୁଟ ସମୁଖସ୍ତ କଳ୍ପବଟ ତଳେ ଏହି ମନ୍ଦିର ରହି ଅଛି । ପ୍ରସ୍ତର ନିର୍ମିତ ଏହି ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖି ଅଟନ୍ତି । ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଗଣେଶ ମନ୍ଦିର ଅପେକ୍ଷା ଏହି ମନ୍ଦିରରେ ଅଧିକ ଭକ୍ତ ଆସିଥାନ୍ତି ।
• ଭଣ୍ଡ ଗଣେଶ – ଭଣ୍ଡ ଗଣେଶ ବା କାଞ୍ଚି ଗଣେଶ ମନ୍ଦିରଟି ଭିତର ବେଢାର ପଶ୍ଚିମ ପାଖରେ ଥିବା ସାକ୍ଷୀ ଗୋପାଳ ମନ୍ଦିରକୁ ଲାଗି ରହିଛି । ରାଜା ପୁରୁଷୋତ୍ତମ ଦେବ କାଞ୍ଚି ଜୟ କରିଥିବା ବେଳେ ଏହି ଗଣେଶଙ୍କୁ ଆଣି ପ୍ରତିଷ୍ଠା କରିଥିବା ନେଇ ଜଣାଯାଏ ।
• ନାଟ ଗଣେଶ – ଭିତର ବେଢାରେ ଥିବା ଜଳ କ୍ରୀଡାମଣ୍ଡପ ନିକଟରେ ଏହି ମନ୍ଦିର ରହିଛି । କଳା ମୁଗୁନି ପଥର ନିର୍ମିତ ଏହି ନଟ ଗଣେଶ ଅଷ୍ଟଭୁଜ ବିଶିଷ୍ଟ ଓ ଦକ୍ଷିଣାଭିମୁଖୀ ।
• ନୃତ୍ୟଭଙ୍ଗୀ ଗଣେଶ – ବିମଳା ମନ୍ଦିର ପ୍ରବେଶ ଦ୍ୱାର ବା ପାର୍ଶ୍ୱରେ ଏକ ଠଣାରେ ନୃତ୍ୟ ଭଙ୍ଗରେ ଏକ କ୍ଷୁଦ୍ର ଗଣେଶ ଦଣ୍ଡାୟମାନ ରହିଛନ୍ତି ସେ । ପୂର୍ବାଭିମୁଖୀ ହୋଇ ଦଣ୍ଡାୟମାନ କରିଛନ୍ତି । ବିମଳାଙ୍କ ଜଗମୋହନ ଭିତର ଗମ୍ଭୀରାର ପ୍ରବେଶ ଦ୍ୱାର ଡାହାଣ ପାଖ କାନ୍ଥରେ ଏକ ଛୋଟ ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ହୋଇ ବିରାଜମାନ କରିଛନ୍ତି ।
• ବଟ ଗଣେଶ ମନ୍ଦିର ଦକ୍ଷିଣ-ପୂର୍ବ ଦିଗରେ ଥିବା ହରିସହଦେବଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱ ଦେବତା ଭାବେ ଗଣେଶ ବିଦ୍ୟମାନ ଅଛନ୍ତି ।
• ସର୍ବମଙ୍ଗଳା (ବଟ ମଙ୍ଗଳା) ମନ୍ଦିର ଜଗମୋହନରେ କ୍ଷୂଦ୍ର ଗଣେଶ ମୂର୍ତ୍ତି ବିଦ୍ୟମାନ ଅଛନ୍ତି ।
• ଭିତର ବେଢାର ପଞ୍ଚ ମହାଦେବ ମନ୍ଦିରର ମାର୍କଣ୍ଡେଶ୍ୱର ମନ୍ଦିର ଭିତର କାନ୍ଥରେ ପୂର୍ବାଭିମୁଖୀ ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ମନ୍ଦିର କାନ୍ଥରେ ଗଣେଶଙ୍କର ଚିତ୍ର ପ୍ରତିମା ରହିଅଛି ।
• ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର ପ୍ରବେଶ ଦ୍ୱାର ବାମ ପାର୍ଶ୍ୱରେ ଏକ ଦକ୍ଷିଣାଭିମୁଖୀ ଗଣେଶ ମୂର୍ତ୍ତି ଓ ଉପର ଦିଗରେ ଏକ ଚିତ୍ର ଗଣେଶ ଦୃଶ୍ୟମାନ ହେଉଛନ୍ତି ।
• ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଉପର ଅନେକ ଖମ୍ବରେ ୪ଟି ଗଣେଶ ମୂର୍ତି ଅଛନ୍ତି । ମୁକ୍ତିମଣ୍ଡପ ପଛ ପାଖରେ ଥିବା ଏକ ସରଘରେ ଗଣେଶ ମୂର୍ତି ବିଦ୍ୟମାନ ।
• ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାର ଡାହାଣପଟ କାନ୍ଥରେ ପଥର ତିଆରି ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ହୋଇ ରହିଛନ୍ତି । ସେହି ଗୃହର ଉତ୍ତର ପାର୍ଶ୍ୱର ମୂଳମନ୍ଦିର ଗାତ୍ରରେ ୨ଟି ଗଣେଶ ମୂର୍ତ୍ତି ରହିଛନ୍ତି ।

• ମୁଖ୍ୟମନ୍ଦିର ବିମାନର ଦକ୍ଷିଣପୂର୍ବ ରାହାପାଗ ଅଂଶରେ ତଳୁପ୍ରାୟ ୩୦ରୁ ୪୦ ଫୁଟ ଉଞ୍ଚରେ ଏକ ଦକ୍ଷିଣାଭିମୁଖୀ ଗଣେଶ ଏବଂ ପା ଭାଗରେ ପଟା ଅଂଶରେ କେତେକ ଦେବାଦେବୀଙ୍କ ସହ ଏକ ଗଣେଶ ମୂର୍ତ୍ତି ଅବସ୍ଥିତ ।

Comments are closed.